ମିଡିଆ

ଗ୍ରାହକ କୈନ୍ଦ୍ରିକ ପଦକ୍ଷେପରେ ଆଗୁଆ ଟିପିଏସ୍ଓଡିଏଲ୍

ଗ୍ରାହକ କୈନ୍ଦ୍ରିକ ପଦକ୍ଷେପରେ ଆଗୁଆ ଟିପିଏସ୍ଓଡିଏଲ୍

୨୪ ଘଣ୍ଟିଆ ଟୋଲ୍ ଫ୍ରି ସେବା

ନୂତନ ସଂଯୋଗ ପାଇଁ ଅନଲାଇନ ବ୍ୟବସ୍ଥା

ଡିଜିଟାଲ ଉପାୟରେ ବିଜୁଳି ବିଲ୍ ଦେଲେ ୪ ପ୍ରତିଶତ ରିହାତି

ସୁରକ୍ଷାକୁ ଗୁରୁତ୍ଵ ଦେଇ ସ୍ବତନ୍ତ୍ର ଆପ୍

ବ୍ରହ୍ମପୁର, ଫେବୃୟାରୀ: ଉପଭୋକ୍ତାଙ୍କ ସନ୍ତୁଷ୍ଟିକୁ ପ୍ରାଥମିକତା ଦେଇ ଟିପିଏସ୍ଓଡିଏଲ୍ (ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍) ପକ୍ଷରୁ ଅନେକ ଗ୍ରାହକ କୈନ୍ଦ୍ରିକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହିସବୁ ସେବା ଉପଭୋକ୍ତା ମାନେ ସହଜରେ ଓ ବିଶେଷ କରି ହାତ ପାଅନ୍ତାରେ ପାଇ ପାରୁଛନ୍ତି।

ଉପଭୋକ୍ତାମାନେ ବିଦ୍ୟୁତ ସେବା ସମ୍ପର୍କିତ ଯେକୌଣସି ପ୍ରଶ୍ନ ତଥା ସୂଚନା ଓ ସେବା ପାଇଁ ଟିପିଏସ୍ଓଡିଏଲର ୨୪ ଘଣ୍ଟିଆ ନିଃଶୁଳ୍କ ହେଲ୍ପଲାଇନ ନମ୍ବର 1800-345-6797 କିମ୍ବା 1912ରେ ଯୋଗାଯୋଗ କରିପାରିବେ। ସେହିଭଳି କମ୍ପାନୀ ନୂତନ ବିଦ୍ୟୁତ ସଂଯୋଗ ପ୍ରକ୍ରିୟାର ସରଳୀକରଣ କରିଛି । 7008808888ରେ ମିସ୍ଡ କଲ୍ ଦେଇ କିମ୍ବା 'ମୋ ବିଦ୍ୟୁତ' ପୋର୍ଟାଲ ମାଧ୍ୟମରେ ନୂଆ ବିଦ୍ୟୁତ ସଂଯୋଗ ନିଆଯାଇପାରିବ ।

ସେହିଭଳି ବିଦ୍ୟୁତ ଚୋରିର ମୁକାବିଲା କରିବା ପାଇଁ ଉପଭୋକ୍ତାମାନେ ଉତ୍ସର୍ଗୀକୃତ ମୋବାଇଲ ନମ୍ବର 9777097449 କିମ୍ବା ଇମେଲ(enforcement@tpsouthernodisha.com) ଯୋଗେ ଅଭିଯୋଗ ଦାଖଲ କରିପାରିବେ । ଏହା ସହ ବିଦ୍ୟୁତ ସଂଯୋଗ କ୍ଷେତ୍ରରେ କୌଣସି ଅନୈତିକ କାର୍ଯ୍ୟକଳାପ ନଜରକୁ ଆସିଲେ ହ୍ଵାଟ୍ସଆପ ନମ୍ବର 9777977620ରେ ଯୋଗାଯୋଗ କରି ଘଟଣା ସମ୍ପର୍କରେ ଜଣାଇପାରିବେ । ଇମେଲ (vigilance@tpsouthernodisha.com) ମାଧ୍ୟମରେ ମଧ୍ୟ ସୂଚନା ପ୍ରଦାନ କରାଯାଇପାରିବ ।

ଅପରପକ୍ଷରେ ଅସୁରକ୍ଷିତ ତଥା ବିପଦସଂକୁଳ ଭିତ୍ତିଭୂମି ସମ୍ପର୍କରେ ସୂଚନା କିଭଳି ଭାବେ ତୁରନ୍ତ କମ୍ପାନୀ ନିକଟରେ ପହଞ୍ଚିବ, ସେଥିପାଇଁ 'ସୁରକ୍ଷା ପ୍ରହରୀ'ନାମକ ଆପ୍ ରହିଛି । ଏହି ଆପ୍ ଜରିଆରେ ଉପଭୋକ୍ତା ତଥା ସାଧାରଣ ଲୋକେ କମ୍ପାନୀର ବିଦ୍ୟୁତ ଭିତ୍ତିଭୂମି ତଥା କାର୍ଯ୍ୟକ୍ଷେତ୍ରରେ ଥିବା ଅସୁରକ୍ଷିତ ପରିବେଶ ସମ୍ପର୍କରେ ଟିପିଏସ୍ଓଡିଏଲକୁ ଅବଗତ କରାଇପାରିବେ। ଯାହାଫଳରେ ସୁରକ୍ଷା ମାନଦଣ୍ଡକୁ ତୁରନ୍ତ ସୁନିଶ୍ଚିତ କରାଯାଇପାରିବ।

ଏହାସହ କମ୍ପାନୀ ଡିଜିଟାଲ ଉପାୟରେ ବିଦ୍ୟୁତ ଦେୟ ପୈଠକୁ ପ୍ରାଥମିକତା ଦେଉଛି। ଏହିକ୍ରମରେ ଅନଲାଇନ ଉପାୟରେ ମାଇଁ ଟାଟା ପାୱାର ଆପ୍ କିମ୍ବା ଅନ୍ୟ କୌଣସି ଅନଲାଇନ ପ୍ଲାଟଫର୍ମ ଜରିଆରେ ବିଦ୍ୟୁତ ଦେୟ ପୈଠ କଲେ 4 ପ୍ରତିଶତର ରିହାତି ବ୍ୟବସ୍ଥା ରହୁଛି। ଏହା ସହଜ, ସୁବିଧାଜନକ ଓ ନିରାପଦ।