ସୁଚାଳନା

ସିଏସଆର୍ ଓଭରଭ୍ୟୁ

ଟାଟା ଉତ୍ତରାଧିକାରୀକୁ ଆଗକୁ ବଢ଼ାଇବା

ଟାଟା ଗ୍ରୁପର ଆଦର୍ଶ ଓ ମୌଳିକ ଅନୁବନ୍ଧନରେ ଅନୁପ୍ରାଣିତ କମ୍ୟୁନିଟି ଡେଭେଲପମେଣ୍ଟ ପ୍ରକ୍ରିୟା ଜରିଆରେ ସମାଜକୁ ତାର ଯଥାର୍ଥ ଦେୟ ପ୍ରଦାନ କରିବାରେ ଟିପିଏସଓଡିଏଲ୍ ବିଶ୍ୱସନୀୟତାର ସହ ଅଗ୍ରମୁଖୀ ରହିଛି। ପ୍ରଗତିଶୀଳ ସମାଜର ଲକ୍ଷ୍ୟ ନେଇ ଏହା ନିଜସ୍ୱ ଭିଜନ୍, ମିଶନ୍ ଓ ପଲିସିକୁ କାର୍ଯ୍ୟକାରୀ କରିଥାଏ। କଂପାନୀର କର୍ପୋରେଟ ସୋସିଆଲ ରେସପନସିବିଲିଟି(ସିଏସଆର୍) ଡିପାର୍ଟମେଣ୍ଟ/ବିଭାଗ, କଂପାନୀର ସମସ୍ତ ମୌଳିକ ଆଦର୍ଶକୁ ଅକ୍ଷୁର୍ଣ୍ଣରଖିବା ତଥା ମୁଖ୍ୟ ଉପାଦାନ ଷ୍ଟେକ୍ ହୋଲ୍ଡର୍ସ ଏବଂ କାର୍ଯ୍ୟକାରୀ ପଦକ୍ଷେପ ଦ୍ୱାରା ସମାଜ ଉପରେ ବହୁମୁଖୀ ପ୍ରଭାବ ବିସ୍ତାର କରୁଅଛି।

ସୁଚିନ୍ତିତ କର୍ପୋରେଟ ସୋସିଆଲ ରେସପନ୍ସିବିଲିଟି ପଲିସି ଅନୁଯାଇ ସମାଜ ପ୍ରତି ଗୁରୁତ୍ୱାରୋପ ପ୍ରଦର୍ଶନ ତଥା ଅଂଶୀଦାରମାନଙ୍କ ବ୍ୟବସାୟିକ ଚାହିଦାର ଅଭିବୃଦ୍ଧିକୁ ଦ୍ରୁଷ୍ଟିରେ ରଖି ଟିପିଏସଓଡିଏଲ୍ ବିଶ୍ୱସନୀୟତାର ସହ ଆଗୁଆ ରହିଛି

କର୍ପୋରେସନରେ ସାମିଲ ହେବା ସହିତ ସାମାଜିକ କର୍ତ୍ତବ୍ୟକୁ ଆଖିରେ ରଖି ସମାଜର ପଛୁଆବର୍ଗଙ୍କ ବିକାଶ ଦିଗରେ ସମୁଚିତ ପଦକ୍ଷେପ ନେବାପାଇଁ ଟିପିଏସଓଡିଏଲ୍ ପ୍ରାଧାନ୍ୟ ଦେଇଥାଏ ।

ସିଏସଆର୍ ଭିଜନ୍

ଓଡିଶାର କାର୍ଯ୍ୟକାରୀ ଜିଲ୍ଲାଗୁଡିକରେ ସ୍ଥାନୀୟ ଚାହିଦା, ବିକାଶ ତଥା ନାରୀ ସଶକ୍ତିକରଣକୁ ବିକାଶ/ଡେଭଲପମେଣ୍ଟ ପ୍ରୋଗ୍ରାମରେ ସହଯୋଗିତାର ସହ ଅଗ୍ରାଧିକାର ଦିଆଯାଇଛି।

ସିଏସଆର୍ ମିଶନ୍/ଲକ୍ଷ୍ୟ

ସମାଜର ସୂକ୍ଷ୍ମବିକାଶ ସଶକ୍ତିକରଣ ପ୍ରକ୍ରିୟାରେ ଜ୍ଞାନ, ଶିକ୍ଷା, କୁଶଳତା ତଥା କର୍ମନିଯୁକ୍ତି କ୍ଷେତ୍ରରେ ତଥା ସର୍ବକୁଶଳତା ଦିଗରେ ଟାଟା ଗ୍ରୁପ୍,ସରକାର ଓ ଅନ୍ତର୍ଜାତୀୟ ଅନୁଷ୍ଠାନ ଗୁଡିକର ବିହୀତ ହସ୍ତକ୍ଷେପ ରହିଥାଏ।

ପ୍ରମୁଖ କାର୍ଯ୍ୟକାରୀ ଅଂଶ

ଆମର କର୍ପୋରେଟ୍ ସୋସିଆଲ ରେସପନ୍ସିବିଲିଟି (ସିଏସଆର୍)ର ପ୍ରତ୍ୟେକ ପଦକ୍ଷେପ ଚାରୋଟି ମୁଖ୍ୟ ‘ଇ’ ଏବଂ ଆମର ପ୍ରତିଷ୍ଠିତା ଜାମସେଦଜୀ ଟାଟାଙ୍କ ମୁଖନିସୃତ ବାର୍ତ୍ତା, “ଇନ୍ ଏ ଫ୍ରି ଏଣ୍ଟରପ୍ରାଇଜ୍,ଦ କମ୍ୟୁନିଟି ଇଜ୍ ନଟ ଯଷ୍ଟ୍ ଆନାଦର୍ ଷ୍ଟେକହୋଲ୍ଡର ଇନ୍ ଆୱାର୍ ବିଜିନେସ୍,ବଟ୍ ଇଟ୍ ଇଜ୍ ଇନ୍ ଫ୍ୟାକ୍ଟ୍ ଦ ଭେରି ପରପୋଜ୍ ଅଫ୍ ଇଟସ୍ ଏକ୍ଜିଷ୍ଟେନସ୍” / ଗୋଟିଏ ଉଦ୍ୟୋଗ ପାଇଁ, ସମାଜ କେବଳ ଏକ ଅଂଶୀଦାର ନୁହଁ, ବରଂ ତାହା ସ୍ଥାପିତ ହେବାର ମୂଳଭିତ୍ତି”

  • ଶିକ୍ଷା(ଆର୍ଥିକ ଏବଂ ଡିଜିଟାଲ ଶିକ୍ଷା ସଂଯୁକ୍ତ)
  • ଏମ୍ପ୍ଲଏବିଲିଟି ଓ ଏମପ୍ଲୟମେଣ୍ଟ / କର୍ମୋପଯୋଗୀ ଓ କର୍ମନିଯୁକ୍ତି ( କାର୍ଯ୍ୟକୁଶଳତା)
  • ଉଦ୍ୟୋଗୀକରଣ
  • ଦରକାରୀ ସେବା(ସ୍ୱାସ୍ଥ୍ୟ ଓ ପରିବେଶ)

କର୍ମଚାରୀ ସ୍ୱୟଂସେବକତାକୁ ଉତ୍ସାହିତ କରିବା

କର୍ମଚାରୀ ସ୍ୱୟଂସହାୟତା ଟିପିଏସ୍ଓଡିଏଲ୍ ର କର୍ପୋରେଟ ସୋସିଆଲ ରେସପନ୍ସିବିଲିଟିର ଅନ୍ୟତମ ମୁଖ୍ଯ ସୋପାନ। ଚଳିତ ସିଏସଆର୍ ଆକ୍ଟିଭିଟିଗୁଜିକରେ ପ୍ରତ୍ୟକ୍ଷ ଭାବେ ଅଂଶଗ୍ରହଣ କରିବା ନିମନ୍ତେ କର୍ମଚାରୀମାନଙ୍କୁ ଉସ୍ଚାହିତ କରାଯାଏ। ଏହା ସିଏସଆର୍ ପ୍ରୋଜେକ୍ଟ କୁ ଅଧିକ ଶାଣିତ କରିବା ସହିତ “ହାଭ୍ ନଟସ୍” ପରି ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବନା ଯାହା କର୍ମଚାରୀ ଏବଂ ସମାଜ ଉପରେ ପ୍ରଭାବ ବିସ୍ତାର କରିଥାଏ।

ଆମର ସିଏସଆର୍ ଯାତ୍ରା

ଟିପିଏସ୍ଓଡିଏଲ୍ ର ସିଏସଆର୍ କାର୍ଯ୍ୟକ୍ରମ ଜରିଆରେ ବିଜିନେସ୍ ଅପରେସନରେ ସ୍ୱତନ୍ତ୍ରତା ପରିଲକ୍ଷିତ ହୋଇଛି। ଚଳିତ ନୀତିଆୟୋଗର ରିପୋର୍ଟ ଅନୁଯାଇ ଓଡିଶାର ୩୦% ଧନୀକ ଶ୍ରେଣୀଭୁକ୍ତ ନୁହଁନ୍ତି।ନୀତି ଆୟୋଗଙ୍କ ମଲଟି ଡାଇମେନସନାଲ୍ ପଭର୍ଟି ଇଣ୍ଡେକ୍ସ (ଏମପିଆଇ)ର ରିପୋର୍ଟ ଅନୁଯାୟୀ ,ଏକ ମୁଖ୍ୟଭାଗ ଜନସଂଖ୍ୟା ଧନୀକ ଶ୍ରେଣୀଭୁକ୍ତ ହୋଇନଥିବା ପ୍ରମୁଖ ଦଶଟି ରାଜ୍ୟମାନଙ୍କ ମଧ୍ଯରେ ଓଡିଶା ଅନ୍ୟତମ। ଟିପିଏସ୍ଓଡିଏଲ୍ ସେବାଯୁକ୍ତ ସ୍ଥାନ ନବରଂଗପୁର- ୫୯.୩୨%, ମାଲକାନଗିରି-୫୮.୭୧%, କୋରାପୁଟ-୫୧.୧୪%ରାୟଗଡା-୪୮.୧୪%, କନ୍ଧମାଳ-୪୪.୭୫% , ଗଂଜାମ-୨୧.୮୮%ଗଜପତି-୩୮.୦୮%, ୩୩.୦୩% ବୌଦ ଜିଲ୍ଲାରେ।

ତ୍ୱରାନ୍ୱିତ ବିକାଶପାଇଁ ଏହି ଆଦିବାସୀ ଅଧୁଷିତ ଜିଲ୍ଲାଗୁଡିକ ଷ୍ଟେକହୋଲ୍ଡରମାନଙ୍କ ସହିତ ସହଯୋଗିତା ରକ୍ଷା କରିଛନ୍ତି।

ଟିପିଏସ୍ଓଡିଏଲ୍ ନିଜର ସିଏସଆର୍ କାର୍ଯ୍ୟକ୍ରମ ଜରିଆରେ ଏହି ଅଧୁଷିତ ସ୍ଥାନ ଗୁଡିକରେ ମହିଳା ଏବଂ ଶିଶୁମାନଙ୍କ ସକାଶେ ମୋବାଇଲ ହେଲଥ୍ କେୟାର ମାଧ୍ୟମରେ ଆବଶ୍ୟକୀୟ ସ୍ୱାସ୍ଥ୍ୟ ସେବା ଯୋଗାଇଦେଉଛି ଯେଉଁଠିଁ ସ୍ୱାସ୍ଥ୍ୟ ସେବା ଅପହଞ୍ଚ ରହିଆସିଥିଲା। ମହିଳାମାନଙ୍କର ଆର୍ଥିକ ଅଭିବୃଦ୍ଧି ନିମନ୍ତେ ବିଭିନ୍ନ ଏନଜିଓ ସହିତ ସହଭାଗିତା ଜରିଆରେ ଆର୍ଥିକ ଉପାର୍ଜନ କ୍ଷମ ଟ୍ରେନିଂ ଯେପରିକି ଛତୁଚାଷ, ଘରୋଇ କୃଷି, ଜୋତା ତିଆରି ଶିଳ୍ପ, ସିଲେଇ, ବଡି ପାଂପଡ ତିଆରି ନିମିତ୍ତ ଟେକନିକାଲ ଟ୍ରେନିଂ ସହିତ କୃଷି ଭିତ୍ତିକ ଟ୍ରେନିଂ ପ୍ରଦାନ କରାଯାଉଛି।

ସକ୍ଷମ ଏବଂ ସଶକ୍ତ ସିଏସ୍ଆର୍ କାର୍ଯ୍ୟକ୍ରମ ଜରିଆରେ ଟିପିଏସ୍ଓଡିଏଲ୍ ନିଜର ଅଧିବେସିତ ଜନତାଙ୍କ ବିକାଶଧାରାକୁ କ୍ରମାନ୍ୱୟରେ ଶିଖର ଅଭିମୁଖୀ କରିବା ନିମନ୍ତେ ଦ୍ରୁଢ ପରିକର।