ବିହୀତ ସ୍ୱାସ୍ଥ୍ୟ ଏବଂ ସୁରକ୍ଷାକୁ ଟିପିଏସ୍ଓଡିଏଲ୍ ରେ ଗୁରୁତ୍ୱ ଦିଆଯାଇଛି। ଆବଶ୍ୟକୀୟ ପଦକ୍ଷେପ ଜରିଆରେ କର୍ମକ୍ଷେତ୍ରକୁ ସୁଖମୟ ଏବଂ ସ୍ୱାଛନ୍ଦମୟ କରାଯାଉଛି। ଏତତ୍ ସହିତ ସମସ୍ତ ଦରକାରୀ ନିରାପତ୍ତା ସରଂଜାମ/ ସେଫଟି ପ୍ରିକସନ୍ ଗୁଡିକ ଯଥା ସ୍ଥାନରେ ସ୍ଥାନିତ କରି ଦୁର୍ଘଟଣା ଜନିତ ବିପତ୍ତିକୁ ପରାହତ କରାଯାଉଛି ଏବଂ ବିବିଧ ଧାରାଗତ ପ୍ରଣାଳୀରେ କର୍ମଚାରୀମାନଙ୍କ ଶାରିରୀକ ଏବଂ ମାନସିକ ଅଭିବୃଦ୍ଧି ସକାଶେ ଦ୍ରୁଷ୍ଟାରୋପ କରାଯାଉଛି। କୋଭିଡ୍-୧୯ ର ସର୍ବୋଚ୍ଚ ବ୍ୟାପ୍ତ ସମୟରେ ଏହି ଉପାଦାନଗୁଡିକୁ ସର୍ବପ୍ରାଧାନ୍ୟ ଦିଆଯାଇ ସ୍ୱାସ୍ଥ୍ୟ ସୁରକ୍ଷା ଏବଂ କର୍ମ ନିରାପତ୍ତା କୁ ଅଗ୍ରପ୍ରାଧାନ୍ୟ ଦିଆଯାଇଛି। ସେହି ସମୟର ନିଆଯାଇଥିବା କିଛି ବିହୀତ ପଦକ୍ଷେପ ନିମ୍ନ ପ୍ରଦତ୍ତ।
ଜୁନ୍-୨୦୨୧ରେ ଆପୋଲୋ ହସପିଟାଲର ସହଯୋଗିତାରେ ସସମ୍ତ କର୍ମଚାରୀ, ଡିପାର୍ଟମେଣ୍ଟ, ବିଏସ୍ ମାନଙ୍କ ପାଇଁ ସ୍ୱତନ୍ତ୍ର ଭାସିନେସନ୍ ଡ୍ରାଇଭ୍ ଆୟୋଜିତ ହୋଇଥିଲା।
24 ଘଣ୍ଟା ଆମ୍ବୁଲାନ୍ସ ସେବା
ଟିପିଏସ୍ଓଡିଏଲ୍ର ସମସ୍ତ ୟୁନିଟ୍ ରେ ମାସ୍କ, ଫେସ୍ ସିଲ୍ଡସ୍ ଏବଂ ସାନିଟାଇଜର୍ ବଣ୍ଟନ
ଅତ୍ୟାବଶ୍ୟକ ସାମଗ୍ରୀ ଡ଼ିସକମ ରେ ବଣ୍ଟନ
ଅତ୍ୟାବଶ୍ୟକ ସାମଗ୍ରୀ ଡ଼ିସକମ ରେ ବଣ୍ଟନ