ସୁଚାଳନା

ଲୋକ ପ୍ରାଧାନ୍ଯ

ଲୋକ ପ୍ରାଧାନ୍ଯ

ଟିପିଏସ୍ଓଡିଏଲ୍ ନିଜର ଷ୍ଟେକହୋଲ୍ଡର /ପୁଂଜିନିବେଶକାରୀଙ୍କୁ ପ୍ରାଧାନ୍ୟ ଦେବାସହିତ ଏକ ଧାରା ପ୍ରଣାଳୀରେ ନିରନ୍ତର ଜଡିତ ରହିଥାଏ। ଷ୍ଟେକହୋଲ୍ଡର ଏନଗେଜମେଣ୍ଟ ଏହାର ମୁଖ୍ଯ କୈନ୍ଦ୍ରିକ ଦ୍ରୁଷ୍ଟିପାତ ବିଭାଗ ରହିଥିବା ବେଳେ ଏକ ବିସ୍ତୃତ ପ୍ରଣାଳୀ ଆଧାରିତ ପବ୍ଲିକ ପାର୍ଟିସିପେସନ୍ ରେ ଏହା ସ୍ଥାନ ପାଇଛି। ପ୍ରଭାବଶାଳୀ ଷ୍ଟେକହୋଲ୍ଡର ଏନଗେଜମେଣ୍ଟ ପଦ୍ଧତି ମାଧ୍ୟମରେ ଯୋଗାଯୋଗ ବିସ୍ତାର କରିବା, ଜନତା ଏବଂ ଉପଭୋକ୍ତା ସମର୍ଥନ ଲାଭ କରିବା, ଉପଯୋଗୀ ଡାଟା/ତଥ୍ୟ ଏବଂ ଆଇଡିଆ ବିଶ୍ଲେଷଣ କରିବା, ସମ୍ମାନ ବ୍ରୁଦ୍ଧିକରିବା ଦ୍ୱାରା ସୁଚିନ୍ତିତ ପଦକ୍ଷେପ ଆଣିବାରେ ସହାୟକ ହୋଇପାରିଛି।

ଆମେମାନେ ଆମର ଷ୍ଟେକହୋଲ୍ଡର / ପୁଂଜିନିବେଶକାରୀଙ୍କ ସହିତ ଜଡିତ ରହିବା ସଂଗେସଂଗେ ସେମାନଙ୍କକ ଚାହିଦା ଏବଂ ପ୍ରାଧାନ୍ଯତା ପ୍ରତି ଦ୍ରୁଷ୍ଟି ରଖି ସିଷ୍ଟମ୍ ଅବଗତ ଧାରା ନିୟୋଜିତ କରିଥାଉ। ଷ୍ଟେକହୋଲ୍ଡର ଏନଗେଜମେଣ୍ଟକୁ ଅଧିକ ଦ୍ରୁଢୀଭୂତ ତଥା ପ୍ରଭାବଶାଳୀ କରିବା ପାଇଁ ଷ୍ଟେକହୋଲ୍ଡର ଚାହିଦା ମୁତାବକ ଏନଗେଜମେଣ୍ଟର ପ୍ରଣାଳୀ ବିଶେଷତା ନିରୂପିତ ହୋଇଥାଏ।

ଲୋକାଲ୍ କମ୍ୟୁନିଟି

  • ଷ୍ଟେକହୋଲ୍ଡର ମ୍ୟାନେଜମେଣ୍ଟ ର ପ୍ରମୁଖ ଉପାଦାନ ଲୋକାଲ୍ କମ୍ୟୁନିଟି। ଅପରେସନ ଚାଲିଥିବା ଅଂଚଳର ସମସ୍ତ ପଛୁଆବର୍ଗଙ୍କ ସାମାଜିକ ଆବଶ୍ଯକତା ଏବଂ ଚାହିଦା ମେଣ୍ଟେଇବା ଟିପିଏସ୍ଓଡିଏଲ୍ ର ପ୍ରମୁଖ ଦାୟିତ୍ୱବୋଧ ରେ ସ୍ଥାନିତ। ସମାଜର ସ୍ୱତନ୍ତ୍ର ପଛୁଆବର୍ଗ ଏସି/ଏସଟି ମାନଙ୍କ ପାଖରେ ସମସ୍ତ ସେବା ଉପଲବ୍ଧ କରାଇବା ନିମିତ୍ତ ଟିପିଏସ୍ଓଡିଏଲ୍ ର କର୍ପୋରେଟ ସୋସିଆଲ ରେସ୍ପନସିବିଲିଟି (ସିଏସଆର୍) ଦାୟୀ ରହିଥାଏ। ସୁଚାଳନା ଏବଂ ପ୍ରତିକ୍ରିୟା ପୂର୍ଣ୍ଣ ଭାବନା ଆପଣେଇ ଅନୁରୂପ ଗୁଡ୍ କର୍ପୋରେଟ ସିଟିଜେନସିପ୍ ର ମାନ୍ୟତା ପ୍ରାପ୍ତ କରିଛି।
  • ପଛୁଆବର୍ଗଙ୍କ ପାଖରେ ସମସ୍ତ ସେବା ପହଞ୍ଚାଇବାଠାରୁ ହିଁ ଟିପିଏସ୍ଓଡିଏଲ୍ ସେବାର ସୁବାରମ୍ଭ କରିଥିଲା। ଏତତ୍ ସହିତ ଗରୀବ ଶ୍ରେଣୀର ଗ୍ରାମୀଣ ଲୋକମାନଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରିବା ଏବଂ ଚୟନ କରାଯାଇଥିବା ଡବ୍ଲୁଏସଏଚଜିର ଜୀବନଧାରଣ ଉନ୍ନତ କରିବା ଦିଗରେ ଦିଗରେ କଂପାନୀ କାର୍ଯ୍ୟରତ ରହିଛି।