ନିରନ୍ତରତା

ନିରନ୍ତରତା ରିପୋର୍ଟ

ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ସର୍ବନିମ୍ନ କ୍ଷତି ପହଞ୍ଚାଇବା ଏବଂ କୁଶଳ ଉର୍ଜ୍ଜାକୁ କାର୍ଯ୍ୟକାରୀ କରି କଂଜ୍ୟୁମର ଏବଂ ସମାଜକୁ କୁଶଳ ଉର୍ଜ୍ଜାକୁ ତଥା କ୍ଲିନ୍ ଏନର୍ଜି ପଦ୍ଧତିକୁ ଉର୍ଜ୍ଜା ବିନିଯୋଗ କ୍ଷେତ୍ରରେ ଆପଣେଇବା ନିମନ୍ତେ ଟିପିଏସ୍ଓଡିଏଲ୍ ଦ୍ରୁଢତାର ସହ କାର୍ଯ୍ୟ କରୁଅଛି।

ନିରନ୍ତରତା ଇନିସିଏଟିଭ ଗୁଡିକ ଟିପିଏସ୍ଓଡିଏଲ୍ ର ଭିଜନ ଏବଂ ମିଶନ ଅଭିନ୍ନ ଅଟନ୍ତି। ଷ୍ଚେକହୋଲ୍ଡରମାନଙ୍କ ପାଇଁ ସୁନିୟନ୍ତ୍ରିତ ମୂଲ୍ଯ ଉତ୍ପନ୍ନ ଏବଂ କାର୍ବନ ଫୁଟପ୍ରିଣ୍ଟର ମାତ୍ରା ହ୍ରାସ କରିବା ଟିପିଏସ୍ଓଡିଏଲ୍ ଭିଜନ ଷ୍ଟେଟମେଣ୍ଟ ଅନ୍ତର୍ଗତ। ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ପ୍ରତିକ୍ରିୟାଶୀଳତା, କୁଶଳ ଉର୍ଜ୍ଜା ଏବଂ ଗ୍ରିନର୍ ଟେକ୍ନୋଲୋଜିର ବ୍ୟବହାର ଦ୍ୱାରା ସୁନିୟନ୍ତ୍ରିତ ଉପାୟରେ ଏବଂ ସୁଚାଳନା ଦ୍ୱାରା କ୍ଷତିକୁ ଯଥାସାଧ୍ଯ ହ୍ରାସ ଘଟାଇବା ନିମନ୍ତେ ଟିପିଏସ୍ଓଡିଏଲ୍ ପ୍ରତିଶ୍ରୁତିବଦ୍ଧ।

ଟିପିଏସ୍ଓଡିଏଲ୍ ର ପ୍ରମୁଖ ପଦକ୍ଷେପ

କ୍ଲିନ୍ ଏନର୍ଜି ର ପ୍ରଚାରପ୍ରସାର ନିମନ୍ତେ ଏବଂ କଂଜ୍ୟୁମର ମାନଙ୍କୁ ଏହାକୁ ଆପଣେଇବା ନିମନ୍ତେ ଟିପିଏସ୍ଓଡିଏଲ୍ ବିବିଧ ଯୋଜନା ପ୍ରସ୍ତୁତ କରିଅଛି।

  • ପ୍ରଥମବର୍ଷ ପଦାର୍ପଣରେ ସୋଲାର ପାୱାର ଜେନେରେସନକୁ ରୁଫଟପ ସୋଲାର ପ୍ଲାଣ୍ଟ ଯୋଜନା ଜରିଆରେ ନିଜର ଅଧିକାରପ୍ରାପ୍ତ ଅଂଚଳରେ , ଟିପି ସୌଦନ ଓଡିଶା ଲିମିଟେଡ୍ କାର୍ଯ୍ୟକାରୀ କରିଛନ୍ତି। ନେଟ୍ ମିଟରିଂର ସୁବିଧା ଉପଲବ୍ଧ କରିବା ଦ୍ୱାରା ଗ୍ରାହକମାନେ ଗ୍ରୀଡରୁ ଆସୁଥିବା ଏବଂ ସଂରଚିତ ଉର୍ଜ୍ଜାକୁ ଅଫସେଟ୍ ରୂପକ ବିଦ୍ୟୁତ ବିଲରେ ହ୍ରାସ କରିପାରୁଛନ୍ତି।
  • ଜଳସେଚନ ବୋରୱେଲର ସୌରୀକରଣ ଏବଂ ମାଇକ୍ରୋ-ଗ୍ରୀଡ ଜରିଆରେ ଦୁସାଧ୍ୟ ଅଞ୍ଚଳରେ ନିରନ୍ତର ଶକ୍ତି ସେବା ଯୋଗାଇ ଦିଆଯାଉଛି।
  • କ୍ଲବ୍ ଏନର୍ଜି କ୍ୟାଂପେନ୍ ଜରିଆରେ ସ୍କୁଲ ଛାତ୍ରମାନଙ୍କ ମଧ୍ଯରେ ଜଳବାୟୁ ପରିବର୍ତ୍ତନ ନେଇ ସତର୍କତା ଏବଂ ଶକ୍ତି ସଂରକ୍ଷଣର ବାର୍ତ୍ତା ଘରେଘରେ ପହଞ୍ଚିପାରିଛି।