ବ୍ରହ୍ମପୁର, ସେପ୍ଟେମ୍ବର:ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଟାଟା ସ୍ୱେଚ୍ଛାସେବୀ ସପ୍ତାହ (ଟିଭିଡବ୍ଲ୍ୟୁ)ର ୨୨ତମ ସଂସ୍କରଣ ଉଦ୍ଘାଟିତ ହୋଇଛି। ଏହାର ଥିମ୍ ହେଉଛି ଭଲିମ୍ପିକ୍ସ, ଯେଉଁଥିରେ ଗୋଷ୍ଠୀ ଉନ୍ନତି ଏବଂ ସାମାଜିକ ଦାୟିତ୍ୱବୋଧକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ଅଲମ୍ପିକ୍ସ ମନୋଭାବରେ ଅନୁପ୍ରାଣିତ ହୋଇଥିବା ଏହି ମାସବ୍ୟାପୀ ପଦକ୍ଷେପ ଏକତାକୁ ମଜଭୁତ କରିବା ଏବଂ ସକାରାତ୍ମକ ସାମାଜିକ ପରିବର୍ତ୍ତନ ଦିଗରେ ଟାଟା ଗ୍ରୁପର ପ୍ରତିବଦ୍ଧତାକୁ ଦର୍ଶାଉଛି।
ବ୍ରହ୍ମପୁରର ହେଲେନ କେଲର ରେଡକ୍ରସ ସ୍କୁଲ ଫର ଦି ଡେଫ୍ ରେ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ ଓ ଟେକ୍ନୋଲୋଜି ବିଭାଗ ଚିଫ୍ ଶ୍ରୀ ବିମାନ କୁମାର ଘୋଷଙ୍କ ସମେତ ୩୫ରୁ ଅଧିକ ଉତ୍ସାହୀ ସ୍ୱେଚ୍ଛାସେବୀ ଯୋଗ ଦେଇ ୧୩୩ ଜଣ ଛାତ୍ରଛାତ୍ରୀ ଓ ୧୩ ଜଣ ଶିକ୍ଷକଙ୍କ ସହ ମିଶି ଗୁରୁ ଦିବସ ପାଳନ କରିଥିଲେ। ଗୁରୁ ଦିବସ ଅବସରରେ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ହାର୍ଦ୍ଦିକ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।
"ରୋଜଗାର ପାଇଁ ଶିକ୍ଷଣ" ପଦକ୍ଷେପ ଅଧୀନରେ ଧନ୍ଦାମୂଳକ ସଉରା କଳା ପ୍ରଶିକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ ଟିପିଏସ୍ଓଡିଏଲ୍ ଏବଂ ବିଦ୍ୟାଳୟ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ହୋଇଛି, ଯାହା ଏହି କାର୍ଯ୍ୟକ୍ରମର ଏକ ପ୍ରମୁଖ ଆକର୍ଷଣ ଥିଲା। ଏଥିରେ ନିଯୁକ୍ତି ଏବଂ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ପାରମ୍ପରିକ ସଉରା କଳା ମାଧ୍ୟମରେ ରୋଜଗାର ସୁଯୋଗ ସୃଷ୍ଟି କରିବା ଦିଗରେ ଛାତ୍ରଛାତ୍ରୀଙ୍କୁ ଦକ୍ଷ ଏବଂ ସଶକ୍ତ କରିବା ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ। ଏହାସହ ଅନ୍ତର୍ଭୁକ୍ତୀକରଣ, ଶିକ୍ଷା ଏବଂ ସଶକ୍ତିକରଣ କ୍ଷେତ୍ରରେ ଟିପିଏସ୍ଓଡିଏଲର ପ୍ରତିବଦ୍ଧତାକୁ ସୁଦୃଢ଼ କରିଛି।
ଏହି ଅବସରରେ ସାଂସ୍କୃତିକ ପରିବେଷଣ ସହ ଟିପିଏସ୍ଓଡିଏଲ୍ ଅଧିକାରୀ ଓ ବିଦ୍ୟାଳୟର ଶିକ୍ଷକ ତଥା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।
ସେହିଭଳି ଟିପିଏସ୍ଓଡିଏଲ୍ ପକ୍ଷରୁ କୋରାପୁଟର ଦୃଷ୍ଟି ବାଧକ ବିଦ୍ୟାଳୟରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଛି । ଶିବିରରେ ଛାତ୍ରଛାତ୍ରୀଙ୍କୁ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି। ଏହି ପଦକ୍ଷେପ ସ୍ୱାସ୍ଥ୍ୟ ସେବା ମାଧ୍ୟମରେ ବ୍ୟକ୍ତି ଜୀବନକୁ ଉନ୍ନତ କରିବା ଦିଗରେ ଟିପିଏସ୍ଓଡିଏଲର ପ୍ରତିବଦ୍ଧତାକୁ ଦର୍ଶାଉଛି ।
ଉଦ୍ଘାଟନୀ କାର୍ଯ୍ୟକ୍ରମ ସମ୍ପର୍କରେ ମତ ଦେଇ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, "ଟାଟା ସ୍ୱେଚ୍ଛାସେବୀ ସପ୍ତାହର ୨୨ତମ ସଂସ୍କରଣକୁ ବିଭିନ୍ନ ପ୍ରଭାବଶାଳୀ ତଥା ପ୍ରେରଣାଦାୟକ କାର୍ଯ୍ୟକ୍ରମ ସହିତ ଆରମ୍ଭ କରି ଆମେ ଗର୍ବିତ। ଅନ୍ତର୍ଭୁକ୍ତୀକରଣ, ଦକ୍ଷତା ବିକାଶ ଏବଂ ସ୍ୱାସ୍ଥ୍ୟ ସେବାକୁ ପ୍ରୋତ୍ସାହିତ କରି ଗୋଷ୍ଠୀ ସଶକ୍ତିକରଣ ଦିଗରେ କାର୍ଯ୍ୟ କରିବା ଆମର ମିଶନ । ଏହି କାର୍ଯ୍ୟକ୍ରମର ଥିମ୍ ' ଭଲିମ୍ପିକ୍ସ ' ଆମ ଉଦ୍ୟମର ସଠିକ୍ ପ୍ରତିଫଳିନ ଅଟେ। ଧନ୍ଦାମୂଳକ ସଉରା କଳା ପ୍ରଶିକ୍ଷଣ ଏବଂ ଚକ୍ଷୁ ପରୀକ୍ଷା ଶିବିର ଭଳି ପଦକ୍ଷେପ ମାଧ୍ୟମରେ ଆମେ ସ୍ଥାୟୀ ପରିବର୍ତ୍ତନ ଆଣିବା ପାଇଁ ପ୍ରୟାସ କରୁଛୁ। ଆମେ ବିଶ୍ୱାସ କରୁ ଯେ ଏକାଠି କାମ କରି ଲୋକଙ୍କ ଜୀବନରେ ଉନ୍ନତି ଆଣିପାରିବା ଏବଂ ଏକ ସମାବେଶୀ ସମାଜ ଗଢ଼ିପାରିବା।