ମୌସୁମୀ ଋତୁ ପାଇଁ ଟିପିଏସ୍ଓଡିଏଲ୍ ପ୍ରସ୍ତୁତ
ବ୍ରହ୍ମପୁର, XX ଜୁନ, ୨୦୨୨: ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ବିତରଣ ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଆଗାମୀ ମୌସୁମୀ ଋତୁ ସମୟରେ ଯେକୌଣସି ଜରୁରୀକାଳୀନ ସ୍ଥିତିର ମୁକାବିଲା କରିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ନିଶ୍ଚିତ କରିବା ଲାଗି କଂପାନି ଅନେକ ପଦକ୍ଷେପ ଗ୍ରହଣ କରିଛି ।
୨୪ ଘଂଟା ବିଦ୍ୟୁତ ପ୍ରଦାନ କରିବା ଲାଗି ବ୍ରହ୍ମପୁରରେ ଥିବା ଟିପିଏସ୍ଓଡିଏଲର ବିଦ୍ୟୁତ ଯୋଗାଣ ନିୟନ୍ତ୍ରଣ ବ୍ୟବସ୍ଥା (ପିଏସସିସି) ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ବ୍ୟାକ୍ଅପ୍ ସମାଧାନ ଭାବେ ଟିପିଏସ୍ଓଡିଏଲ୍ ପକ୍ଷରୁ ଜରୁରୀକାଳୀନ ସମୟରେ ବିଦ୍ୟୁତ ପ୍ରଦାନ କରିବା ଲାଗି ଭ୍ରାମ୍ୟମାଣ ସବ ଷ୍ଟେସନ ମୂତୟନ କରାଯାଇଛି ।
କଂପାନି ପକ୍ଷରୁ ଗ୍ରହଣ କରାଯାଇଥିବା ଅନ୍ୟାନ୍ୟ କିଛି ପ୍ରମୁଖ ପଦକ୍ଷେପଗୁଡ଼ିକ ମଧ୍ୟରେ ସାମିଲ ରହିଛି:
- ସମସ୍ତ ସର୍କଲ୍, ପିଏସସିସି (ବିଦ୍ୟୁତ ଯୋଗାଣ ନିୟନ୍ତ୍ରଣ ବ୍ୟବସ୍ଥା) ଓ ସିଇଓଙ୍କ କାର୍ଯ୍ୟାଳୟ ଆଦିରେ ସାଟେଲାଇଟ୍ ଫୋନ୍ ସଂଯୋଗ
- ମୌସୁମୀ ସମୟରେ ସୁରକ୍ଷିତ କାର୍ଯ୍ୟ ପରିବେଶ ପାଇଁ ଟିପିଏସ୍ଓଡିଏଲର ବ୍ୟବସାୟ ସହଯୋଗୀମାନଙ୍କ ଲାଗି ସୁରକ୍ଷା ପ୍ରସ୍ତୁତି
- ହସ୍ପିଟାଲ୍, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ସାର୍ବଜନୀନ ସ୍ୱାସ୍ଥ୍ୟ କେନ୍ଦ୍ର ଆଦିକୁ ବିଦ୍ୟୁତ ଯୋଗାଣ କରୁଥିବା ଫିଡରକୁଅଗ୍ରାଧିକାର ଭିତ୍ତିରେ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ କରିବା
- ରକ୍ଷଣାବେକ୍ଷଣ ଓ ବିଭ୍ରାଟ ସୁଧାରିବା ଲାଗି ଆବଶ୍ୟକ ଶ୍ରମ ଶକ୍ତି ଓ ଯାନ ଉପଲବ୍ଧତାକୁ ନିଶ୍ଚିତ କରିବା
- ଟ୍ରାନ୍ଜିଏଂଟ୍ ଷ୍ଟୋର୍ ସମେତ ଅନ୍ୟ ଷ୍ଟୋର ଗୁଡ଼ିକରେ ବିଦ୍ୟୁତ ଟ୍ରାନ୍ସଫରମର, ବିତରଣ ଟ୍ରାନ୍ସଫରମର, ଖୁଂଟ, ତାର ହାର୍ଡଓୟାର ଓ ଏଲ୍ଟି ଏବିସି ଉପଲବ୍ଧତାକୁ ନିଶ୍ଚିତ କରିବା
- ପୂର୍ଣ୍ଣ ପ୍ରସ୍ତୁତିର ଅନ୍ୟତମ ପଦକ୍ଷେପ ସ୍ୱରୂପ ସେକ୍ସନ ଅଫିସରେ ହେଭି ଡ୍ୟୁଟି ଟର୍ଚ ଓ ସର୍କଲ୍ ଏବଂ ଡିଭିଜନାଲ୍ ସ୍ତରରେ ଆସ୍କା (ପୋର୍ଟେବଲ ଜେନ୍ ସେଟ୍) ଲାଇଟର ବ୍ୟବସ୍ଥା
- ଜରୁରୀକାଳୀନ ସ୍ଥିତି ପାଇଁ ପୁରୁଣା ବ୍ୟବସାୟ ସହଯୋଗୀଙ୍କ ସହ ରିଜର୍ଭ ଶ୍ରମ ଶକ୍ତି, ଟୁଲ୍ସ ଓ ପ୍ଲାଂଟ୍ (ଟିଆଣ୍ଡ୍ପି), କ୍ରେନ୍, ହାଇଡ୍ରା, ଏବଂ ପୋଲ୍ ମାଷ୍ଟର ର ବ୍ୟବସ୍ଥା
ଏହା ସହିତ, ଜରୁରୀକାଳୀନ ମାମଲାରେ ଗ୍ରାହକମାନଙ୍କ କଲକୁ ଠିକ୍ ସମୟରେ ପ୍ରତିକ୍ରିୟା ପ୍ରଦାନ କରିବା ଲାଗି ୨୪ ଘଂଟିଆ କଲ୍ ସେଂଟର (ଟୋଲ ଫ୍ରି ନମ୍ବର: ୧୯୧୨/ ୧୮୦୦ ୩୪୫୬ ୭୯୭)ରେ ସମ୍ବଳରେ ଉନ୍ନତିକୁ କଂପାନି ପକ୍ଷରୁ ନିଶ୍ଚିତ କରାଯାଇଛି । ମାଇଁ ଟାଟା ପାୱାର ମୋବାଇଲ୍ ଆପରେ ଗ୍ରାହକମାନେ ଯେକୌଣସି ସମସ୍ୟା ଉପରେ ସେମାନଙ୍କ ଅଭିଯୋଗ ଜଣାଇ ପାରିବେ କିମ୍ବା customercare@tpsouthernodisha.com ଇ-ମେଲ୍ କରିପାରିବେ ।
ଆଗାମୀ ମୌସୁମୀ ଋତୁରେ ସୁରକ୍ଷା ଆମ ସମସ୍ତଙ୍କ ପାଇଁ ଶ୍ରେଷ୍ଠ ପ୍ରାଥମିକତା । ଆମ ନେଟୱର୍କକୁ ସୁଦୃଢ଼ କରିବା ଓ ଯେକୌଣସି ଅଭାବନୀୟ ବିଦ୍ୟୁତ ସମ୍ପର୍କିତ ମାମଲାକୁ ଏଡ଼ାଇବା ଲାଗି ଆମ ଟିମ୍ ପ୍ରତ୍ୟକ୍ଷ ପଦକ୍ଷେପ ଗ୍ରହଣ କରିଛି । ଆମେ ନିୟମିତ ବ୍ୟବଧାନରେ ଯାଂଚ କରୁଛୁ ଏବଂ ଆମ ଗ୍ରାହକମାନଙ୍କୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ଲାଗି ଆମେ ପ୍ରତିବଦ୍ଧ ରହିଛୁ ବୋଲି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅରବିନ୍ଦ ସିଂହ କହିଛନ୍ତି ।
ଗ୍ରାହକମାନଙ୍କ ପାଇଁ ଟିପିଏସ୍ଓଡିଏଲର ସୁରକ୍ଷା ନିୟମାବଳୀ:
- ବିଦ୍ୟୁତ ଖୁଂଟ, ସବ-ଷ୍ଟେସନ, ଟ୍ରାନ୍ସଫରମର, ଷ୍ଟ୍ରିଟ୍ ଲାଇଟ୍ ଆଦି ପାଣିରେ ବୁଡ଼ି ରହିଥିବା ବିଦ୍ୟୁତ ବ୍ୟବସ୍ଥାଠାରୁ ଦୂରେଇ ରୁହନ୍ତୁ।
- ପାଚେରୀ କିମ୍ବା ବାଡ଼ ପଡ଼ିଥିଲେ ମଧ୍ୟ ପିଲାମାନଙ୍କୁ ବିଦ୍ୟୁତ ବ୍ୟବସ୍ଥା ପାଖରେ ଖେଳିବା ଲାଗି ସତର୍କ କରାନ୍ତୁ ।
- ଓଦା ହାତରେ ଇଲେକ୍ଟ୍ରିକ୍ ଉପକାରଣକୁ ସ୍ପର୍ଶ କରନ୍ତୁ ନାହିଁ ।
- କୁଲର, ୱାସିଂ ମେସିନ, ପାଣି ପମ୍ପ୍ ଭଳି ଇଲେକ୍ଟ୍ରିକାଲ୍ ଉପକରଣର ବଡ଼ିରେ ବିଦ୍ୟୁତ ଲିକେଜକୁ ଯାଂଚ କରନ୍ତୁ । କୌଣସି ଉପକରଣରେ ଯଦି କିଛି ଲିକେଜ୍ ଥିବ ତେବେ ସେଥିପାଇଁ ସାର୍ଟିଫାଏଡ୍ ଇଲେକ୍ଟ୍ରିସିଆନଙ୍କୁ ଡାକନ୍ତୁ
- ମିଟର ବକ୍ସ ପାଣିଠାରୁ ଉପଯୁକ୍ତ ଭାବେ ସୁରକ୍ଷିତ ଥିବା ବିଷୟକୁ ନିଶ୍ଚିତ କରନ୍ତୁ
- ଆଇଏସଆଇ ମାର୍କ ଇଲେକ୍ଟ୍ରିକ୍ ତାର ଓ ଉପକରଣ ବ୍ୟବହାର କରନ୍ତୁ
- ବିଦ୍ୟୁତ ଝଟକା (ସକ୍)କୁ ଏଡ଼ାଇବା ଲାଗି ଆର୍ଥ ଲିକେଜ୍ ସର୍କିଟ୍ ବ୍ରେକର୍ ସ୍ଥାପନ କରନ୍ତୁ ।