ମିଡିଆ

ଟିପିଏସ୍ଓଡିଏଲ୍ ପକ୍ଷରୁ ମହିଳାଙ୍କ ଦ୍ୱାରା ପରିଚାଳିତ ଗ୍ରାହକ ସମ୍ପର୍କ କେନ୍ଦ୍ରର ଶୁଭାରମ୍ଭ

ଟିପିଏସ୍ଓଡିଏଲ୍ ପକ୍ଷରୁ ମହିଳାଙ୍କ ଦ୍ୱାରା ପରିଚାଳିତ ଗ୍ରାହକ ସମ୍ପର୍କ କେନ୍ଦ୍ରର ଶୁଭାରମ୍ଭ

ବ୍ରହ୍ମପୁର, ୨୦୨୨: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ବ୍ରହ୍ମପୁରରେ ସମ୍ପୂର୍ଣ୍ଣ ରୂପେ ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେଉଥିବା ଗ୍ରାହକ ସମ୍ପର୍କ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ଏହି କେନ୍ଦ୍ର ସମ୍ପୂର୍ଣ୍ଣ ରୂପେ ଟିପିଏସ୍ଓଡିଏଲର ମହିଳା କର୍ମଚାରୀମାନଙ୍କ ଦ୍ୱାରା ପରିଚାଳିତ ହେଉଛି, ଯେଉଁମାନଙ୍କ ମଧ୍ୟରେ ରହିଛନ୍ତି ଗ୍ରାହକ ସେବା ପ୍ରତିନିଧି, କ୍ୟାସିୟର, ହାଉସ କିପିଙ୍ଗ କର୍ମଚାରୀ ଓ ନିରାପତା ରକ୍ଷୀ (ସିକ୍ୟୁରିଟି ଗାର୍ଡ) । ଏହି କେନ୍ଦ୍ରକୁ ଟାଟା ପାୱାରର ସିଇଓ ଓ ଏମଡି ଡକ୍ଟର ପ୍ରବୀର ସିହ୍ନା ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।

ଏହି ଗ୍ରାହକ ସମ୍ପର୍କ କେନ୍ଦ୍ର, ଗୋଟିଏ ଛାତ ତଳେ, ଯେକୌଣସି ପ୍ରକାର ଅନୁରୋଧ/ ଅଭିଯୋଗ କିମ୍ବା ପ୍ରଶ୍ନ ଓ ବିଲ୍ ପେମେଂଟର ତ୍ୱରିତ ସମାଧାନ ପ୍ରଦାନ କରୁଛି । ଏହି କେନ୍ଦ୍ରରେ ଉଚ୍ଚ ପ୍ରଶିକ୍ଷିତ କର୍ମଚାରୀ ରହିଛନ୍ତି ଏବଂ ଅତି ସୁନ୍ଦର ଭାବେ ତାହାକୁ ପ୍ରସ୍ତୁତ କରାଯାଇଥିବା ବେଳେ ସେଥିରେ ପାନୀୟ ଜଳ, ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା, ଶୌଚାଳୟ, ପ୍ରତିକ୍ଷା ଅଂଚଳ, ପ୍ରଶ୍ନ ପରିଚାଳନା ବ୍ୟବସ୍ଥା, ବରିଷ୍ଠ ନାଗରିକଙ୍କ ପାଇଁ ସମର୍ପିତ ଡେସ୍କ, ସେଲ୍ଫ ସର୍ଭିସ୍ କିଓସ୍କ ଏବଂ ସୁରକ୍ଷା ଓ ତତ୍ ସଂକ୍ରାନ୍ତୀୟ ସୂଚନା ପ୍ରଦର୍ଶିତ କରିବା ଲାଗି ଏଲ୍ଇଡି ସ୍କ୍ରିନ୍ ଭଳି ସୁବିଧା ସୁଯୋଗ ରହିଛି । ଏସବୁ ବ୍ୟତୀତ, ଗ୍ରାହକମାନଙ୍କୁ ଶକ୍ତି ସଂରକ୍ଷଣ, ଚାହିଦା ପକ୍ଷର ପରିଚାଳନା, ରୁଫଟପ୍ ସୋଲାର, ହୋମ୍ ଅଟୋମେସନ, ଡିଜିଟାଲ୍ ମାଧ୍ୟମ, ନିରାପତା ଓ ସୁରକ୍ଷା ଆଦି ବିଷୟରେ ଅବଗତ ଓ ସଚେତନ ରଖିବା ଲାଗି ପୋଷ୍ଟର ଓ ବ୍ୟାନର ମଧ୍ୟ ଲଗାଯାଇଛି ।

ଉତ୍କୃଷ୍ଟ ସେବା ମାନକୁ ନିଶ୍ଚିତ କରିବା ଦିଗରେ ଏକ ପଦକ୍ଷେପ ସ୍ୱରୂପ ପ୍ରକ୍ରିୟା ଓ ବ୍ୟବସ୍ଥା ବିଷୟରେ ଗଭୀର ସୂଚନା ହାସଲ କରିବା ଲାଗି କଂପାନି ପକ୍ଷରୁ ଏକ ଗ୍ରାହକ ମତାମତ ସଂଗ୍ରହ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଛି ।

ଟାଟା ପାୱାରର ସିଇଓ ଓ ଏମଡି ଡକ୍ଟର ପ୍ରବୀର ସିହ୍ନା କହିଛନ୍ତି ଯେ, “ଏହି ଅଭିଯାନ ପାଇଁ ମୁଁ ଟିପିଏସ୍ଓଡିଏଲ୍ ଟିମକୁ ଅଭିନନ୍ଦନ ଜଣାଉଛି । ମହିଳାମାନଙ୍କୁ ସଂଶକ୍ତ କରିବା ଲାଗି ଟାଟା ପାୱାର କର୍ମ କ୍ଷେତ୍ରରେ ବିବିଧତା ଓ ଅନ୍ତର୍ଭୁକ୍ତୀକରଣକୁ ସମର୍ଥନ ପ୍ରଦାନ କରିବାରେ ଅଗ୍ରଣୀ ହୋଇରହିଛି । ନୂତନ କୌଶଳ ଓ ବିଶେଷତା ସହ ଆମର ମହିଳା କର୍ମଚାରୀଙ୍କୁ ଆମେ ସମୃଦ୍ଧ ଓ ସେମାନଙ୍କ ପ୍ରତିଭାର ବିକାଶ କରିବାକୁ ଆଶା ରଖିଛୁ” ।

ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅରବିନ୍ଦ ସିଂହ କହିଛନ୍ତି ଯେ, “ଆମର ସମସ୍ତ ଗ୍ରାହକଙ୍କୁ ଆବେ ଗୁଣାତ୍ମକ ସେବା ପ୍ରଦାନ କରିବାକୁ ଆଶା ରଖିଛୁ । ଆମର ଉଚ୍ଚ ପ୍ରଶିକ୍ଷିତ ମହିଳା କର୍ମଚାରୀମାନେ ଆମ ଗ୍ରାହକମାନଙ୍କ ସମସ୍ତ ଅଭିଯୋଗର ସମାଧାନକୁ ନିଶ୍ଚିତ କରିବେ । ଅନେକ ନୂତନ ପଦକ୍ଷେପ ଜରିଆରେ ଆମେ ଗ୍ରାହକଙ୍କ ପାଇଁ ନୂଆ ଉନ୍ନତ ସେବା ଆଣିବୁ”।