ମିଡିଆ

ଟିପିଏସ୍ଓଡିଏଲ୍ “କ୍ଲବ୍ ଏନର୍ଜି” କାର୍ଯ୍ୟକ୍ରମ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶକ୍ତି ସଂରକ୍ଷଣର ପ୍ରସାର କରୁଛି

ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ପାଇଁ ଟିପିଏସ୍ଓଡିଏଲ୍ ମୋବାଇଲ୍ କମ୍ପାକ୍ଟ ସବଷ୍ଟେସନ୍ ଉନ୍ମୋଚିତ କରୁଛି

ବିଦ୍ୟୁତ୍ ସରବରାହ ସମୟରେ ନିର୍ଭରଯୋଗ୍ୟ ଯୋଗାଣ ପାଇଁ ବିକଳ୍ପ ସମାଧାନ

ବ୍ରହ୍ମପୁର: ନିରନ୍ତର ଶକ୍ତି ସମାଧାନର ପ୍ରତିବଦ୍ଧତାକୁ ଆଗକୁ ବଢ଼ାଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) “କ୍ଲବ୍ ଏନର୍ଜି” କାର୍ଯ୍ୟକ୍ରମ ଜରିଆରେ ସ୍କୁଲ ଛାତ୍ରଛାତ୍ରୀ ଓ ଗ୍ରାହକମାନଙ୍କ ମଧ୍ୟରେ ଶକ୍ତି ସଂରକ୍ଷଣ ଅଭ୍ୟାସର ପ୍ରସାର କରୁଛି ।

କ୍ଲବ୍ ଏନର୍ଜି ହେଉଛି ଏକ ଶକ୍ତି ଓ ସମ୍ବଳ ସଂରକ୍ଷଣ କ୍ଲବ୍ ଯାହା ଦେଶରେ ଶକ୍ତି ସଙ୍କଟ ଓ ପ୍ରାକୃତିକ ସମ୍ବଳର ଅଭାବ ବିଷୟରେ ପ୍ରାଥମିକ ଧାରଣା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରୁଛି । ଏହି ଅଭିଯାନ ଶକ୍ତିର ଉପଯୋଗୀ ବ୍ୟବହାର ଓ ଜଳବାୟୁ ପରିବର୍ତନ ସମସ୍ୟା ବିଷୟରେ ସମାଜରେ ସଚେତନତା ଆଣିବାର ପ୍ରସାର କରୁଛି ।

ଟିପିଏସ୍ଓଡିଏଲ୍ କ୍ଲବ୍ ଏନର୍ଜି କାର୍ଯ୍ୟକ୍ରମ ଶକ୍ତି ଓ ସମ୍ବଳ ସଂରକ୍ଷଣର ଗୁରୁତ୍ୱ ବିଷୟରେ ପିଲାମାନଙ୍କୁ ଅବଗତ କରି ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରୁଛି । ନୈତିକ ଓ ନାଗରିକ ମୂଲ୍ୟବୋଧ, ବିଦ୍ୟୁତ ବିଲ୍ ବ୍ୟାଖ୍ୟା, ବିଦ୍ୟୁତ ଅପଚୟକୁ ରୋକିବାରେ ସହାୟକ ହେଉଥିବା ମୌଳିକ ପଦକ୍ଷେପ, ଇନ୍ଧନ ଓ ଜଳର ଉପଯୁକ୍ତ ବ୍ୟବହାର, ବର୍ଜ୍ୟ ପରିଚାଳନା ଓ ବୃକ୍ଷରୋପଣ ସମେତ ଘରେ ଗାଜେଟ୍/ ଇଲେକ୍ଟ୍ରୋନିକ୍ସ ଉପକରଣର ଉପଯୁକ୍ତ ବ୍ୟବହାରକୁ ବୁଝିବା ପାଇଁ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଗ୍ରହଣୀୟ ହୋଇଥିବା ପ୍ରଭାବଶାଳୀ ପ୍ରଥା ବିଷୟରେ ଜଣାଇବା ଲାଗି ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରାଯାଉଛି ।

ଶିକ୍ଷାଦାନ, ଉନ୍ନତି, ଯୋଡ଼ିହେବା ଏବଂ ସଶକ୍ତ କରିବା ଭଳି ସଚେତନତାର ଚାରିଟି ସ୍ତର ଜରିଆରେ ଛାତ୍ରଛାତ୍ରୀମାନଙ୍କ ମାର୍ଗଦର୍ଶନ କରିବା ଦିଗରେ କ୍ଲବ୍ ଏନର୍ଜି ହେଉଛି ଆମର ଏକ ଅଭିଯାନ । ଆମେ ଚାହୁଛୁ ଯୁବପିଢ଼ି ନିରନ୍ତରତା ବାର୍ତାର ପ୍ରଚାରକ ହୁଅନ୍ତୁ । ମୋର ବିଶ୍ୱାସ ରହିଛି ଯେ ଏହି ପଦକ୍ଷେପଗୁଡ଼ିକ ଜରିଆରେ ଆମେ ପରିବର୍ତନକୁ ଆଗକୁ ବଢ଼ାଇପାରିବୁ ବୋଲି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅରବିନ୍ଦ ସିଂ କହିଛନ୍ତି ।

ଟିପିଏସ୍ଓଡିଏଲ୍ ପକ୍ଷରୁ ପୋଡାପଦର, ହଳଦିଆପଦର ଓ ନାରାୟଣପୁର ଗ୍ରାମ ପଂଚାୟତରେ ସଚେତନତା ଅଭିଯାନର ଶୁଭାରମ୍ଭ କରାଯାଇଛି । ଏହା ସମସ୍ତ ୮ଟି ଜିଲ୍ଲାରେ ଜାରି ରହିବ। ଶକ୍ତି ଓ ସମ୍ବଳର ସଂରକ୍ଷଣ, ନିରନ୍ତରତା, ସୁରକ୍ଷା ଓ ଡିଜିଟାଲ୍ ପେମେଂଟ୍ ଉପରେ ଆଲୋଚନା ଭିତିକ ଅଧିବେଶନ ଏବଂ ପରେ କୁଇଜ କାର୍ଯ୍ୟକ୍ରମ ଆୟୋଜନ କରି ସ୍କୁଲର ଛାତ୍ରଛାତ୍ରୀ ଓ ଷ୍ଟାଫମାନଙ୍କୁ ସଚେତନ କରାଯାଉଛି ।