ବ୍ରହ୍ମପୁର, ଏପ୍ରିଲ:ଗ୍ରୀଷ୍ମ ପ୍ରବାହରେ ବିଜୁଳି ଯୋଗାଣ ଟିପିଏସ୍ଓଡିଏଲ୍(ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍) ପାଇଁ ଏକ ବଡ଼ ଆହ୍ୱାନ । ଏଣୁ କମ୍ପାନୀ ଏନେଇ ବ୍ୟାପକ ରକ୍ଷଣାବେକ୍ଷଣ କାର୍ଯ୍ୟ ଜାରି ରଖିଛି । ଏହାସହ ନୂତନ ବିଜୁଳି ଭିତ୍ତିଭୂମି ମଧ୍ୟ ପ୍ରତିଷ୍ଠା ହେଉଛି । ଏହାଦ୍ୱାରା ଭରସାଯୋଗ୍ୟ ବିଜୁଳି ସେବା ସୁନିଶ୍ଚିତ ହେଉଛି ।
ବ୍ରହ୍ମପୁର ଗୌତମନଗରଠାରେ ଟିପିଏସ୍ଓଡିଏଲ୍ ପକ୍ଷରୁ ଏକ ନୂତନ ୧୦୦ କେଭିଏ କ୍ଷମତା ବିଶିଷ୍ଟ ଡିଷ୍ଟ୍ରିବ୍ୟୁସନ୍ ଟ୍ରାନ୍ସଫର୍ମର ପ୍ରତିଷ୍ଠା ହୋଇଛି । ଏହି ଟ୍ରାନ୍ସଫର୍ମର ସଂପୃକ୍ତ ଅଞ୍ଚଳରେ ବିଜୁଳି ଯୋଗାଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିଛି । ପୂର୍ବରୁ ଥିବା ଲୋ-ଭୋଲଟେଜ୍ ସମସ୍ୟା ଦୂର ହୋଇଛି । ଗୌତମନଗରରେ ନୂଆ ଟ୍ରାନ୍ସଫର୍ମର ପ୍ରତିଷ୍ଠା ହେବା ଫଳରେ ଶତାଧିକ ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଜୁଳି ସେବା ମିଳୁଛି ।
ଗ୍ରୀଷ୍ମପ୍ରବାହ ସମୟରେ ବିଜୁଳି ଚାହିଦା ବଢ଼ିଥିବା ହେତୁ ନୂତନ ବିଜୁଳି ଭିତ୍ତିଭୂମି ପ୍ରତିଷ୍ଠା କରି କମ୍ପାନୀ ଭୋଲଟେଜ୍ ଜନିତ ସମସ୍ୟାର ମୁକାବିଲା କରିବା ଦିଗରେ କାର୍ଯ୍ୟ କରୁଛି । ଭରସାଯୋଗ୍ୟ ବିଜୁଳି ସେବା ପାଇଁ ଟିପିଏସ୍ଓଡିଏଲ୍ ପ୍ରତିବଦ୍ଧ ଅଟେ ।